FATHER’S DAY 2023

18 June (3rd Sunday)

Father’s day special movie:

Life is beautiful – 1997

https://youtu.be/pAYEQP8gx3then

ଜୁନ ମାସର ତୃତୀୟ ରବିବାରକୁ ପିତୃ ଦିବସ ଭାବେ ପାଳନ କରାଯାଏ । ପିତୃ ଦିବସର ପ୍ରତିଷ୍ଠାତା ସୋନୋରା ଲୁଇସ୍ ଥିଲେ । ସୋନୋରାଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ପିତା ଉଭୟ ମାଆ ଏବଂ ପିତାଙ୍କ ପ୍ରେମ ଦେଇଥିଲେ ।

ବାପା..ଅବର୍ଣ୍ଣନୀୟ ଶବ୍ଦ । ଶବ୍ଦରେ ପିତାଙ୍କ ସଂଜ୍ଞା ବର୍ଣ୍ଣନା କରିବା କଷ୍ଟକର ଗୋଟିଏ ସନ୍ତାନ ପାଇଁ ଏହି ନାମ ହିଁ ଯଥେଷ୍ଟ ।

ଆମେ ଇଶ୍ବରଙ୍କୁ ପରମ ପିତା ବୋଲି ମଧ୍ୟ କହିଛୁ, ଅର୍ଥାତ୍ ଯିଏ ସବୁଠାରୁ ଉପରେ ରହିଥାଆନ୍ତି ଆମେ ତାଙ୍କୁ ପିତା କହିଥାଉ । ପିତା ଏବଂ ପିଲାମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ମଧୁର ଏବଂ ଭିନ୍ନ ଅଟେ । ଯେଉଁଠାରେ ପିଲାମାନେ ନିଜ ପିତାଙ୍କ ଗାଳିଗୁଲଜକୁ ଭୟ କରନ୍ତି, ତାଙ୍କ ପାଇଁ ଜୀବନ ମଧ୍ୟ ଦେଇପାରନ୍ତି । ଅନ୍ୟପଟେ କହିବାକୁ ଗଲେ ପିତା ହେଉଛନ୍ତି ଇଶ୍ବର ଯିଏ ପିଲାମାନଙ୍କର ସମସ୍ତ ଇଚ୍ଛା ଏବଂ ଆକାଂକ୍ଷାକୁ ପୂରଣ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରନ୍ତି । ବାପା ବାହାରୁ କଠିନ ଦେଖାଯାଆନ୍ତି, କିନ୍ତୁ ପିଲାମାନଙ୍କ ପାଇଁ ହୃଦୟରୁ ସେ ବହୁତ ନରମ ହୋଇଥାଆନ୍ତି । ସନ୍ତାନକୁ ମାଆ ୯ ମାସ ଗର୍ଭରେ ବୋହିଲା ବେଳେ ବାପା କିନ୍ତୁ ସନ୍ତାନର ବୋଝକୁ ବାହୁରେ ବଳଥିବା ପର୍ଯ୍ୟନ୍ତ ବୋହିଥାନ୍ତି ।

ଘର ପାଇଁ ଛାତ ଯେପରି, ପରିବାର ପାଇଁ ବାପା ସେପରି । କଥାରେ ଅଛି ବାପା ନାହିଁ ଯାହାର ଏ ଦୁନିଆ ତାପାଇଁ ଅନ୍ଧାର । ଯାହା ହାତ ଧରି ଚାଲି ଶିଖାନ୍ତି, ଯାହାଙ୍କ ଆଦର୍ଶକୁ ଦିଗଦର୍ଶନ କରି ବାଟ ଚାଲନ୍ତି ସେ ହେଉଛନ୍ତି ବାପା। ପରିବାରର ମେରୁଦଣ୍ଡ, ପରିବାରର ଛତ୍ରଛାୟା ହେଉଛନ୍ତି ବାପା । ଦୁଃଖର ସାଗରକୁ ଯିଏ ଆଖିତଳେ ଚାପି ରଖି ସନ୍ତାନର ସୁଖ ପାଇଁ ଯିଏ ଦିନରାତି କାମ କରନ୍ତି ସେ ହେଉଛନ୍ତି ପିତା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା । ଆଜିର ଦିନକୁ ବାପାଙ୍କ ପାଇଁ ସମର୍ପଣ କରାଯାଇଥାଏ।

ପିତୃ ଦିବସର ଇତିହାସ: 1907 ମସିହାରେ ଆମେରିକାରେ ପିତାଙ୍କ ଦିବସ ପ୍ରଥମେ ଅନୌପଚାରିକ ଭାବରେ ପାଳନ କରାଯାଇଥିଲା । ଆନୁଷ୍ଠାନିକ ଭାବରେ ଏହା 1910 ମସିହାରେ ଆରମ୍ଭ ହୋଇଥିଲା । ତଥାପି, ‘ପିତୃ ଦିବସ’ ପାଳନ କରିବାର ତାରିଖ ବିଷୟରେ ବିଶେଷଜ୍ଞଙ୍କ ମଧ୍ୟରେ ପାର୍ଥକ୍ୟ ଅଛି । ଐତିହାସିକଙ୍କ କହିବାନୁସାରେ, ସୋନୋରା ସ୍ମାର୍ଟ ଡୋଡ୍ ଦ୍ୱାରା ଏହି ଦିନ ଆରମ୍ଭ ହୋଇଥିଲା ।

ବାସ୍ତବରେ, ସୋନେରାଙ୍କ ମାଆ ଯେତେବେଳେ ଛୋଟ ଥିଲେ ସେତେବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ପିତା ୱିଲିୟମ୍ ସ୍ମାର୍ଟ ତାଙ୍କୁ ଉଭୟ ମାଆ ଏବଂ ପିତାଙ୍କ ପ୍ରେମ ଦେଇଥିଲେ । କ୍ୟାପଟେନ ୱିଲିୟମ୍ ଜ୍ୟାକସନ ସ୍ମାର୍ଟଙ୍କ ଝିଅ ସୋନୋରା ତାଙ୍କ ପିତାଙ୍କ ବଳିଦାନ ଏବଂ ସଂଗ୍ରାମକୁ 5 ଜୁନ୍ 1909 ରେ ପିତା ଦିବସ ଭାବରେ ପାଳନ କରିଥିଲେ । ବାସ୍ତବରେ, ଜ୍ୟାକସନ ସ୍ମାର୍ଟଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ସେ ତାଙ୍କର 6ଟି ସନ୍ତାନର ଯତ୍ନ ନେଇଥିଲେ । ତା’ପରେ ସାନୋରା ଅନୁଭବ କଲେ ଯେ ପିତାମାନେ ବହୁତ ବଳିଦାନ ଦିଅନ୍ତି, ତେବେ ମାତୃ ଦିବସ ପରି ପିତାଙ୍କୁ ସମ୍ମାନ ଦେଇ ପିତାଙ୍କ ଦିବସ କାହିଁକି ପାଳନ କରିବେ ନାହିଁ ? ୱିଲିୟମ୍ ଜ୍ୟାକ୍ସନ୍ ସ୍ମାର୍ଟଙ୍କ ଜନ୍ମଦିନ ଜୁନ୍ 20ରେ ହୋଇଥିଲା।

ପିତୃ ଦିବସ ପାଳନ ପାଇଁ ଏହି ଦିନ ମଞ୍ଜୁରୀ ମିଳିଥିଲା: ଏହା ପରେ ସୋନୋରା ସ୍ପୋକେନ୍ ମନ୍ତ୍ରୀସ୍ତରୀୟ ମିଳିତ ମଞ୍ଚକୁ ପିତାଙ୍କ ଦିବସକୁ ଜୁନ୍ 5ରେ ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ । 1924 ମସିହାରେ ପିତାଙ୍କ ଦିବସକୁ ଆନୁଷ୍ଠାନିକ ଭାବେ ମଞ୍ଜୁରି ଦିଆଯାଇଥିଲା । ସେତେବେଳେ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ନୋଟିସ କରିଥିଲେ । ଏହା ପରେ, 1966 ମସିହାରେ ପିତାଙ୍କ ଦିବସର ସରକାରୀ ଛୁଟି ମଧ୍ୟ ପ୍ରତିବର୍ଷ ଜୁନ୍ ତୃତୀୟ ରବିବାରରେ ଘୋଷଣା କରାଯାଇଥିଲା ।

ପିତୃ ଦିବସର ଥିମ: ପିତୃ ଦିବସ 2023ର ବିଷୟବସ୍ତୁ ହେଉଛି ‘ଆମ ଜୀବନର ସର୍ବଶ୍ରେଷ୍ଠ ହିରୋମାନଙ୍କୁ ପାଳନ କରିବା’। ଏହାର ଅର୍ଥ ଆମ ଜୀବନରେ ପିତାଙ୍କ ଗୁରୁତ୍ୱକୁ ଆଲୋକପାତ କରିବା ।

Debasis Nayak's avatarB +Ve!!

Father’s Day is a celebration of fathers and fatherhood. It is celebrated on the third Sunday of June in many countries around the world, including the United States, Canada, and the United Kingdom.

Sand art by Sudarsan Pattnaik

Father’s Day is a holiday of honouring fatherhood and paternal bonds, as well as the influence of fathers in society. In Catholic countries of Europe, it has been celebrated on 19 March as Saint Joseph’s Day since the Middle Ages. In the United States, Father’s Day was founded by Sonora Smart Dodd, and celebrated on the third Sunday of June for the first time in 1910. The day is held on various dates across the world and different regions maintain their own traditions of honouring fatherhood.

Father’s Day is a recognized Public holiday in Lithuania and some parts of Spain, and was regarded as such in Italy until 1977. It is a…

View original post 39 more words

Published by Debasis Nayak

A natural leader who experiments a lot and cares for all ! The title of my blog is not about my blood group. It's a message to all my readers to think positive and write on my blog posts openheartedly what they think!!

3 thoughts on “FATHER’S DAY 2023

Leave a comment